ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସିପି ରାଧାକୃଷ୍ଣନ ।

ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ସିପି ରାଧାକୃଷ୍ଣନ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାଙ୍କ କ୍ୟାବିନେଟର ଅନେକ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଏହି ଅବସରରେ ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦର ଶପଥ ପାଠ କରାଇଛନ୍ତି । ତେବେ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ​​ସିପି ରାଧାକ୍ରିଷ୍ଣନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।  

ସୂଚନା ଅନୁସାରେ, ଗତ ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନରେ ​​ସିପି ରାଧାକ୍ରିଷ୍ଣନ ତାଙ୍କ ବିରୋଧୀ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ପ୍ରଥମ ପସନ୍ଦ ଭୋଟରେ ପରାସ୍ତ କରିଥିଲେ। ନିର୍ବାଚନ ଅଧିକାରୀ ପିସି ମୋଦି ଫଳାଫଳ ଘୋଷଣା କରିବା ସମୟରେ କହିଥିଲେ ଯେ, ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିଥିଲା, ଯେତେବେଳେ କି ସିପି ରାଧାକ୍ରିଷ୍ଣନଙ୍କ ସପକ୍ଷରେ ୪୫୨ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ପଡ଼ିଥିଲା ।

ତେବେ ଭୋଟିଂ ଶେଷ ହେବା ପରେ, କଂଗ୍ରେସ ମହାସଚିବ ଜୟରାମ ରମେଶ ଦାବି କରିଥିଲେ ଯେ ବିରୋଧୀ ଦଳ ଭୋଟିଂରେ ସମ୍ପୂର୍ଣ୍ଣ ଏକଜୁଟ ରହିଥିଲେ ଏବଂ ସେମାନଙ୍କର ସମସ୍ତ ୩୧୫ ସାଂସଦ ଭୋଟିଂରେ ଅଂଶଗ୍ରହଣ କରିଥିଲେ। ଏପରି ପରିସ୍ଥିତିରେ, ପ୍ରଶ୍ନ ହେଉଛି ବିରୋଧୀଙ୍କ ୧୫ ଭୋଟ କେଉଁଠି କ୍ରସ୍ ଭୋଟିଂ ହେଲା । ତେବେ ତାହାରି ଭିତରେ ଆଜି ଦେଶର ନୂଆ ଉପରାଷ୍ଟ୍ପପତି ଭାବେ ଶପଥ ଗ୍ରହଣ କରିଛନ୍ତି ସିପି ରାଧାକ୍ରିଷ୍ଣନ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)