ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ।

ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ୨୨ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ । ବାତ୍ୟା ହେଲେ ଉତ୍ତର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ମାଡ଼ ହେବାରେ ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ । ଏବେ ଧାନ ପାଚୁଥିବାରୁ ବର୍ଷା ହେଲେ ଫସଲ ନଷ୍ଟ ହେବା ଚିନ୍ତାରେ ଚାଷୀ ।

ଏପଟେ ରାଜଧାନୀ ଭୁବନେଶ୍ୱରରେ ଶୀତ କମିବା ସହ ୨ ଦିନ ମଧ୍ୟରେ ରାତିରେ ତାପମାତ୍ରା ୬.୬ ଡିଗ୍ରୀ ବୃଦ୍ଧି ପାଇଛି । ହେଲେ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ରାଜଧାନୀରୁ ଏବେ ଶୀତ ଗାଏବ ହୋଇଯାଇଛି । ରାତିରେ ତାପମାତ୍ରା ବଢିବା ସହ ୧୮ ଓ ୧୯ ତାରିଖରେ ରାଜଧାନୀରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ବେଳେ ଏବେ ହଠାତ ଆକାଶରେ ବାଦଲ ଦେଖିବାକୁ ମିଳିଛି । ଏହା ଦ୍ୱାରା ଭୁବନେଶ୍ୱରରେ ରାତି ତାପମାତ୍ରା ବିଢିଛି । ତେବେ ୨ଦିନ ଭିତରେ ରାଜଧାନୀରେ ତାପମାତ୍ରା ବୃଦ୍ଧି ଘଟିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)