ଅକ୍ଷର ବ୍ୟୁରୋ: ରାଜ୍ୟରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍, ଚାଲିବ ଇଭି ଗାଡି । ଡିଜେଲ ଚାଳିତ ଆମ ବସ୍ କୁ ହଟାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ରାସ୍ତାରେ କେବଳ ଇଭି ବସ୍ ଚାଲିବ । ବର୍ତ୍ତମାନ ଯେତେ ସବୁ ଡିଜେଲ ଚାଳିତ ବସ୍ ରହିଛି ତାକୁ ଧୀରେ ଧୀରେ ସ୍କାର୍ପ କରାଯିବା ସହ ଇଭି ବସ୍ ଆଣାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଣିକି ମହିଳାମାନେ ଆମ ବସ୍ ଚଳାଇବେ। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ । ସେମାନେ ସବୁ ହେଭି ଭେଇକିଲ ଚଳାଇବା ପାଇଁ ଲାଇସେନ୍ସପ୍ରାପ୍ତ । ତାଲିମ ନେବା ପରେ ମହିଳାମାନେ ସ୍ୱତନ୍ତ୍ର ବସ୍ ଚଳାଇବେ । ଯାହା ଦ୍ୱାରା ମହିଳା ଯାତ୍ରୀମାନେ ଅଧିକ ସୁରକ୍ଷିତ ମନେ କରିବେ ।
ରାଜ୍ୟରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍; ଏଣିକି କେବଳ ଇଭି ବସ୍ ।












Leave a Reply