ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର; ପ୍ରେସମିଟ୍ କରି କହିଲେ OERC ସଚ୍ଚିବ

ସାଧାରଣ ଗ୍ରାହକଙ୍କ ପାଇଁ ଖୁସି ଖବର, ଅପରିବର୍ତ୍ତିତ ରହିଲା ବିଜୁଳି ଦର । ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ। OERC ସଚ୍ଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ଏହି ଘୋଷଣା କରିଛନ୍ତି। ଡିଜିଟାଲ୍ ପେମେଣ୍ଟ୍ କଲେ ଯେଉଁ ୪ ପ୍ରତିଶତ ରିହାତି ମିଳୁଥିଲା, ତାହା ବଳବତ୍ତର ରହିବା ସହ ପ୍ରିପେଡ୍ ବିଲ୍ ଭରିଲେ ମିଳିବ ୪ ପ୍ରତିଶତ ରିହାତି । ସେହିପରି ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଥିଲେ, ତେବେ ରେଣ୍ଟ୍ ଛାଡ କରାଯିବ। ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା ଆଉ ଦେବାକୁ ପଡ଼ିବନି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)