ଜାନୁଆରୀ ୯ରେ ଅନୁଷ୍ଠିତ ହେବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ।

ଅକ୍ଷର ବ୍ୟୁରୋ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଜାନୁଆରୀ ୯ରେ ଅନୁଷ୍ଠିତ ହେବ । ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପାଇଁ ୬୦ ନମ୍ବର ଓ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପାଇଁ ୧୦୦ ନମ୍ବର ରଖାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଷଷ୍ଠ ଶ୍ରେଣୀରୁ ନବମ ଶ୍ରେଣୀ ଯାଏ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ପ୍ରତି ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେବ । ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପୃଥକ୍ ଭାବେ କେବଳ ଖଣି ଅଞ୍ଚଳରେ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ରହିଛି । ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ପଢ଼ିବା ବ୍ୟବସ୍ଥା ଅଛି । ଏହି ସ୍କୁଲ ଗୁଡ଼ିକରେ ଷଷ୍ଠ ଶ୍ରେଣୀରେ ୮୦ ଲେଖାଏଁ ସିଟ୍ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)