ଏପ୍ରିଲ ୮ରୁ ବାହାର ରତ୍ନଭଣ୍ଡାର ଗଣତି ମଣତି; ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଅକ୍ଷର ବ୍ୟୁରୋ: ଏପ୍ରିଲ ୮ରୁ ବାହାର ରତ୍ନଭଣ୍ଡାର ଗଣତି ମଣତି । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆସନ୍ତା ଏପ୍ରିଲ ୮, ୯ ଏବଂ ୧୦ ତାରିଖରେ ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି ହେବ । ଏହି ସମୟରେ ଯେପରି ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନୀତିକାନ୍ତି ବାଧାପ୍ରାପ୍ତ ହେବନି ତାହା ଉପରେ ବି ଆଲୋଚନା ସରିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ରଥଯାତ୍ରା ପାଇଁ ୬ ମାସ ପୂର୍ବରୁ ବୈଠକ ଚାଲିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ଦିଗକୁ ନେଇ ଆଲୋଚନା ଚାଲିଛି ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗତ ୨୫ ତାରିଖରେ ବାହାର ରତ୍ନଭଣ୍ଡାର ଗଣତି ୮୦% କାମ ସରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)