ଚାଷୀଙ୍କ ମାସିକ ଆୟ ହେବ ୧୨ ହଜାର ଟଙ୍କା; ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

ଅକ୍ଷର ବ୍ୟୁରୋ: ନୂଆ ସରକାରରେ ହୋଇନି ଗୋଟିଏ ବି ଚାଷୀ ଆତ୍ମହତ୍ୟା । ବିଧାନସଭାରେ କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଗତବର୍ଷ କେତେ ଚାଷୀଙ୍କ ମୃତ୍ୟୁ ହୋଇଛି, କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି, ରୁଣ ଭାରରେ ଚିନ୍ତାଗ୍ରସ୍ତ ହୋଇ କେତେ ଚାଷୀ ଜୀବନ ହାରିଛନ୍ତି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ । ଯାହାର ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ୨୦୨୪-୨୫ରେ ଗୋଟିଏ ବି ଚାଷୀ ଆତ୍ମହତ୍ୟାର ସୂଚନା ନାହିଁ । ଚାଷ ଭାର ନେଇ କୌଣସି ଚାଷୀ ଆତ୍ମହତ୍ୟା କରି ନଥିବା କହିଛନ୍ତି ମନ୍ତ୍ରୀ । ଏହା ସହ ଚାଷୀଙ୍କ ମାସିକ ଆୟ ହେବ ୧୨ ହଜାର ଟଙ୍କା । ଏନେଇ ବିଧାନସଭାରେ ଲିଖିତ ଉତ୍ତର ଦେଲେ କୃଷି ମନ୍ତ୍ରୀ କେଭି ସିଂଦେଓ । ସର୍ବଭାରତୀୟ ସ୍ତରରେ ଜାତୀୟ ପରିସଂଖ୍ୟନ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ଆମ ରାଜ୍ୟର କୃଷକ ପରିବାରର ମାସିକ ଆୟ ୨୦୧୮-୧୯ରେ ୫, ୧୧୨ ଟଙ୍କା ଥିଲା । କୃଷକ ପରିବାର ମାସିକ ଆୟକୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ବିକଶିତ ଓଡ଼ିଶା ୨୦୩୬ରେ ଲକ୍ଷ ରଖାଯାଇଛି । ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)