ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ; ହୁତୁ ହୁତୁ ଜଳିଗଲା ଯାତ୍ରୀବାହୀ ବସ୍ ।

ଅକ୍ଷର ବ୍ୟୁରୋ: ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ । ହୁତୁ ହୁତୁ ଜଳିଗଲା ଯାତ୍ରୀବାହୀ ବସ୍ । ପୁରୀ ବସଷ୍ଟାଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଜଳିଯାଇଥିଲା ବସ୍ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ବସଷ୍ଟାଣ୍ଡରେ ଥିବା ଅନ୍ୟ ବସକୁ ବ୍ୟାପି ନଥିଲା । ଫଳରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଛି । ତେବେ ବସରେ କେମିତି ନିଆଁ ଲାଗିଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । କେହି ଜଣେ ଦୁର୍ବୁତ୍ତ ବସରେ ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)