ସମୁଦ୍ରରେ ବୁଡିଲା ମାଛଧରା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ଜଣ ମତ୍ସ୍ୟଜୀବୀ

ଅକ୍ଷର ବ୍ୟୁରୋ: ରାଜନଗର ସାତଭାୟା ସମୁଦ୍ରରେ ବୁଡିଲା ମାଛଧରା ବୋଟ୍ । ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ । ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ସାତଭାୟା ନିକଟ ସମୁଦ୍ରକୁ ବୋଟଟି ମାଛ ମାରିବା ପାଇଁ ଆସିଥିବା ବେଳେ ତାରିଣୀ-୨ ବୋଟ୍‌ରେ ପାଣି ପଶିଯାଇଥିଲା । ଯାହାଫଳରେ ବୋଟ୍‌ଟି ବୁଡିଯାଇଛି । ବୋଟରେ ୮ଜଣ ମତ୍ସ୍ୟଜୀବୀ ଥିଲେ । ଦୁର୍ଘଟଣା ଘଟି ବୋଟଟି ବୁଡିଯିବାରୁ ମତ୍ସ୍ୟଜୀବୀ ମାନେ ପହଁରି କୂଳକୁ ଚାଲିଆସିଥିଲେ । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି । ବୋଟରେ ଥିବା ମାଛ ସହ ସମସ୍ତ ଆସବାବପତ୍ର ସମୁଦ୍ରରେ ବୁଡିଯାଇଛି । ତେବେ ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)