ଅକ୍ଷର ବ୍ୟୁରୋ: ଶନିବାର ଭୁବନେଶ୍ୱର ଖାରବେଳନଗର ସ୍ଥିତ ସ୍ଥାନୀୟ ହୋଟେଲ ଏଚ୍ଏଚ୍ଆଇରେ ‘ଅକ୍ଷର ଓଡିଶା’ ଆନୁକୂଲ୍ୟରେ ଆୟୋଜିତ ଅକ୍ଷର ସାହିତ୍ୟ ଉତ୍ସବ ବହୁ ଭବ୍ୟ ସମାରୋହରେ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀ ପାତ୍ର ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ଉଦ୍ଘାଟନ କରିଥିଲେ । ଢେଙ୍କାନାଳ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ମଧ୍ୟ କରାଯାଇଥିଲା । ଅକ୍ଷର ସାହିତ୍ୟ ଉତ୍ସବ ତରଫରୁ ମଞ୍ଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିବାବେଳେ ଉତ୍ସବର ନିର୍ଦ୍ଦେଶକ ଚୌଧୁରୀ ରମାକାନ୍ତ ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀଙ୍କ ସହ ମହିଳା କମିଶନ୍ର ସଦସ୍ୟା ତଥା କବିୟତ୍ରୀ ଡ. କଳ୍ପନା ମଲ୍ଲିକ୍, ବ୍ୟଙ୍ଗକବି ଅଧ୍ୟାପକ ଡ. ଗିରୀଶ ରଞ୍ଜନ, ରାଜ୍ୟସଭାର ଅବସରପ୍ରାପ୍ତ ଯୁଗ୍ମ ସଚ୍ଚିବ ତଥା ଅକ୍ଷର ଓଡିଶା ଦୈନିକ ଖବର କାଗଜର ମୁଖ୍ୟ ସମ୍ପାଦକ ଚୌଧୁରୀ ରମାକାନ୍ତ ଦାସ, ସହ-ସମ୍ପାଦକ, ସମ୍ପାଦକ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଅକ୍ଷର ସାହିତ୍ୟ ଉତ୍ସବ ତରଫରୁ ସତନ୍ତ୍ର ସଂଖ୍ୟାର କବି ଓ ଲେଖକମାନଙ୍କୁ ସମ୍ବର୍ଦ୍ଦିତ କରାଯିବା ସହ ୭ଜଣ କବି ଓ ଲେଖକଙ୍କ ସ୍ୱଲିଖିତ ପୁସ୍ତକ ଉନ୍ମୋଚନ ହୋଇଥିଲା ।

ମାନ୍ୟବର ମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଥିଲେ, ଚୌଧୁରୀ ରମାକାନ୍ତ ଦାସଙ୍କ ଉଦ୍ୟମରେ ଉକ୍ତ ସମ୍ବାଦପତ୍ର ଖୁବ୍ କମ୍ ଦିନ ମଧ୍ୟରେ ଦୌଡିବା ଆରମ୍ଭ କରିଛି । ଅବସର ପରେ ସେ ସମାଜ ସେବା କାର୍ଯ୍ୟରେ ଲାଗି ପଡିଛନ୍ତି । ତାଙ୍କ ଉଦ୍ୟମ ଖୁବ୍ ପ୍ରଶଂସନୀୟ । ବିରୋଧୀ ଦଳଗୁଡ଼ିକର ସରକାର ବିରୋଧୀ ଆଭିମୁଖ୍ୟକୁ ଗ୍ରହଣ ନ କରି ସମ୍ବାଦପତ୍ରରେ ବାସ୍ତବ ତଥ୍ୟ ଆଧାରିତ ଖବର ପରିବେଷଣ କରନ୍ତୁ । ଏ କ୍ଷେତ୍ରରେ ମାତ୍ର ଅଳ୍ପ କେତେଦିନର ଖବରକାଗଜ- ‘ଅକ୍ଷର ଓଡିଶା’ ବାସ୍ତବ ତଥ୍ୟ ଆଧାରିତ ସତ୍ୟ ସମ୍ବାଦ ପରିବେଷଣ କରୁଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ସଭ୍ୟ ପ୍ରକାଶ କରିବାରେ ଚତୁର୍ଥ ସ୍ତମ୍ଭର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏ କ୍ଷେତ୍ରରେ ଅକ୍ଷର ଓଡିଶା ଖୁବ୍ ଭଲ କାର୍ଯ୍ୟ କରୁଛି । ତାହା ପ୍ରଶଂସାଯୋଗ୍ୟ । ଅକ୍ଷର ଓଡିଶା ପାଇଁ ଶ୍ରମ ଓ ସମୟ ଦେଇଥିବା କାର୍ଯ୍ୟକର୍ତାମାନଙ୍କୁ ମଧ୍ୟ ସେ ପ୍ରଶଂସା କରିଥିଲେ ।

ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହେଉଥିବା ପରିପ୍ରେକ୍ଷୀରେ ଏଭଳି ଏକ ସାହିତ୍ୟ ଉତ୍ସବ ଆୟୋଜନ ଖୁବ୍ ପ୍ରାସଙ୍ଗିକତା ରଖେ । ମାତୃଭୂମି ଓ ମାତୃଭାଷା ପ୍ରତି ଯାହାର ଭଲପାଇବା ନାହିଁ, ଯାହା ମନରେ ମମତା ନାହିଁ ତାଙ୍କୁ ଜ୍ଞାନୀ ଭାବରେ ଗଣ୍ୟ କରାଯାଇପାରିବ ନାହିଁ । ଯେଉଁ ବଳ ଓଡିଶାରେ ୨୪ବର୍ଷ ଧରି ଶାସନ କଲା ସେ ଦଳର ମୁଖ୍ୟ ଓଡିଆ କହିପାରିଲେ ନାହିଁ କି ଓଡିଶାବାସୀଙ୍କୁ ବୁଝିପାରିଲେ ନାହିଁ । ବିଜେପି ଶାସନ କ୍ଷମତାକୁ ଆସିବାପରେ ଓଡିଆ ଭାଷାର ବିକାଶ ପାଇଁ କାର୍ଯ୍ୟ କରୁଛି । ଓଡିଆ ଅମୃତା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ପଡୋଶୀ ରାଜ୍ୟରେ ଚଢିଥିବା ଓଡ଼ିଆମାନେ ଓଡିଆ ଭାଷା ପଡ଼ିବାରୁ ବଞ୍ଚିତ ହେଉଥିବା ବେଳେ ସେମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କୁ ପୁସ୍ତକ ଯୋଗାଣ ସହ ଓଡ଼ିଆ ଶିକ୍ଷକ ନିଯୁକ୍ତ ଦିଆଯାଉଛି । ଓଡିଆ ଭାଷା ସଂସ୍କୃତିକୁ ବଞ୍ଚାଇ ରଖୁବା ଆମର ଦାୟିତ୍ୱ ଓ ପରମ କର୍ତ୍ତବ୍ୟ । କମ୍ ଦିନ ମଧ୍ୟରେ ଅନ୍ଧାର ଓଡିଶା ଖୁବ୍ ଆଗେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଥିଲେ ।

ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲିଥିବାବେଳେ ଦୀର୍ଘ ୪ ଦିନ ହେଲା ବିରୋଧୀ ଦଳମାନେ କାର୍ଯ୍ୟଧାରାରେ ବାଧା ସୃଷ୍ଟି କରୁଛନ୍ତି । ସେମାନେ କହୁଛନ୍ତି, ଚାଷୀଙ୍କ ଧାନକିଣା ହୋଇପାରୁନାହିଁ, କଟନି ଛଟନି ହେଉଛି, ଚାଷୀମାନେ ପ୍ରାପ୍ୟ ପାଇବାରେ ବିଳମ୍ବ ହେଉଛି । ଏହାକୁ ପ୍ରସଙ୍ଗ କରି ବିରୋଧୀ ସଦସ୍ୟମାନେ ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି । ସେମାନଙ୍କର ଏ ସବୁ ନାରାବାଜି ସମ୍ପୂର୍ଣ୍ଣ ମିଥ୍ୟା । ଚାଷୀମାନେ ଧାନ ବିକ୍ରି କରିବାର ୪୮ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଛନ୍ତି । ଜନସାଧାରଣ ସରକାରଙ୍କ ସହ ଅଛନ୍ତି । ଏହା ନ ହୋଇଥିଲେ ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ୮୪ ହଜାର ଭୋଟ ବ୍ୟବଧାନରେ ଜିତିପାରି ନ ଥାନ୍ତେ ବୋଲି ମନ୍ତ୍ରୀ କହିଛନ୍ତି ।













Leave a Reply