ଅକ୍ଷର ବ୍ୟୁରୋ: ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ । ୭୯ ବର୍ଷ ବୟସରେ ଗତ ରାତିରେ ତାଙ୍କର ପରଲୋକ ହୋଇଛି । ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ । ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ଚାଲିଥିଲା ଚିକିତ୍ସା । ତାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ । ମୃତ୍ୟୁ ପରେ ରାସ୍ୱେଶ୍ୱରୀ ପାଣିଗ୍ରାହୀଙ୍କ ଚକ୍ଷୁଦାନ କରାଯାଇଛି । ଡାକ୍ତରୀ ଦଳ ଆସି ତାଙ୍କ ଆଖି ସଂଗ୍ରହ କରି ନେଇଛନ୍ତି ।
ସୂଚନା ଅନୁସାରେ, ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି । ରାତି ପ୍ରାୟ ୮ଟା ୫୦ ମିନିଟ୍ରେ ରାସେଶ୍ୱରୀଙ୍କ ପରଲୋକ ଘଟିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରାସେଶ୍ୱରୀ ସ୍ନାୟୁଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ରାସେଶ୍ୱରୀ ୨୦୧୪ରେ ସମ୍ୱଲପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ସମ୍ୱଲପୁର ଆସନରୁ ଜିତିଥିଲେ । ସମ୍ୱଲପୁରକୁ ଅବହେଳା ଅଭିଯୋଗ ଆଣି ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ୨୦୨୪ରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇ ରାଜନୀତିଠୁ ଦୂରରେ ରହି ସାମାଜିକ କାର୍ୟ୍ୟରେ ନିୟୋଜିତ ଥିଲେ । ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଦଶନ୍ଧି ଦଶନ୍ଧି ଧରି ବୁର୍ଲା ଭିମସାର ଓ ସମ୍ବଲପୁରରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଥିଲେ ।












Leave a Reply