ସାଧାରଣତନ୍ତ୍ର ଦିବସରେ ୨୦୨୫ ବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳ ପଦକ ଘୋଷଣା ।

ଅକ୍ଷର ବ୍ୟୁରୋ: ରାତି ପାହିଲେ ସାଧାରଣତନ୍ତ୍ର ଦିବସ । ଏହାକୁ ଦୃଷ୍ଟିରେ ରଖି ୨୦୨୫ ବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳ ପଦକ ଘୋଷଣା କରାଯାଇଛି । ମୋଟ ୨୦ ଜଣଙ୍କୁ ପଦକ ମିଳିବ ବୋଲି ଜଣାପଡ଼ିଛି । ତେବେ ସେମାନଙ୍କ ମଧ୍ୟରେ ଆଇଜି ନୀତି ଶେଖର, ସତ୍ୟଜିତ ନାୟକଙ୍କ ସମେତ ପୁରୀ ଏସ୍‌ପି ପ୍ରତୀକ ସିଂ, ଭିଜିଲାନ୍ସ ASP ଅନୁପମା ମହାପାତ୍ର ପ୍ରମୁଖ ରହିଛନ୍ତି । ସଚିବାନନ୍ଦ ରଥ ଓ ପ୍ରସନ୍ନ ରାଉତଙ୍କୁ ମଧ୍ୟ ମିଳିବ ରାଜ୍ୟପାଳ ପଦକ । ଏହା ସହ ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନୀତ ହେବେ । ସେଥି ମଧ୍ୟରୁ ଓଡିଶାରୁ ଜଣେ ସିବିଆଇ ଅଧିକାରୀ ସମ୍ମାନିତ ହେବେ । ସାହସିକତା ପାଇଁ ଓଡିଶାରେ ୪ ଜଣ ପାଇବେ ପଦକ । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ୨ ଜଣଙ୍କୁ ମିଳିବ ପଦକ । ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)