ଅକ୍ଷର ବ୍ୟୁରୋ: ଆଜି ଓମ୍ସା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ସାଢେ ୧୨ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଆଜିର ବୈଠକ ପରେ କୌଣସି ସମାଧାନର ବାଟ ବାହାରିବା ନେଇ ଆଶା କରାଯାଉଛି । ରାଜ୍ୟ ସରକାର ଏସ୍ମା ଲାଗୁ କରିବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଆସନ୍ତା ବୁଧବାର ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବ ନିଷ୍ପତ୍ତି ଅନୁସାରେ ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡି ବର୍ଜନ କରିଥିଲେ । ଏହାଦ୍ବାରା ସାଧାରଣ ରୋଗୀ ହଇରାଣ ହୋଇଥିଲେ । କିନ୍ତୁ ୧୧ଟା ପରେ ପୁନଃ ରୋଗୀ ସେବାରେ ଡାକ୍ତର ମାନେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ନିଷ୍ପତ୍ତି ଅନୁସାରେ ପ୍ରତିବାଦ ଜାରି ରହିବ ବୋଲି ଓମ୍ସା ପକ୍ଷରୁ କୁହାଯାଇଛି । ଆଜି ସରକାରଙ୍କ ସହିତ ଓମ୍ସାର ଆଲୋଚନା ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜି ଓମ୍ସା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ଅପରାହ୍ନ ସାଢେ ୧୨ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ












Leave a Reply