ଭାରତ କିଣିବ ୧୧୪ଟି ରାଫେଲ ଫାଇଟର ଜେଟ୍; ୩.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ ।

ଅକ୍ଷର ବ୍ୟୁରୋ: ଭାରତ ଫ୍ରାନ୍ସ ଠାରୁ ୧୧୪ ଟି ରାଫେଲ ଫାଇଟର ଜେଟ୍ କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଚଳିତ ମାସ ଶେଷରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତ ଗସ୍ତରେ ଆସିବା ପୂର୍ବରୁ ଭାରତୀୟ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)୧୧୪ଟି ରାଫେଲ ଫାଇଟଲ ଜେଟ୍ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେବାର ସମ୍ଭାବନା ରହିଛି । ଅଧିକାରୀଙ୍କ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଗାମୀ କିଛି ଦିନ ମଧ୍ୟରେ ଡିଏସି ବୈଠକ ବସିବ । ଏଥିରେ ବହୁ ବିଲିଅନ ଡଲାର ଗ୍ରାଣ୍ଟିଂ ଆକସେପ୍ଟାନ୍ସ ଅଫ୍ ନେସେସିଟିକୁ (ଏଓଏନ୍)କୁ ଅନୁମତି ପ୍ରଦାନ କରାଯିବ ବୋଲି ଅନୁମାନ କରାଯାଉଛି । ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା କ୍ରୟ ବୋର୍ଡ ଗତ ମାସରେ ରାଫେଲ ଅଧିଗ୍ରହଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇସାରିଛି । ତେଣୁ ରାଫେଲ କିଣିବାର ପ୍ରକ୍ରିୟାକୁ ଏକପ୍ରକାର ସ୍ପଷ୍ଟ କରିଛି ।

ଯଦି ଡିଲ୍ ଫାଇନାଲ ହେଲା, ତେବେ ଲଢ଼ୁଆ ବିମାନ କିଣିବାରେ ଏହା ଭାରତର ସବୁଠାରୁ ବଡ଼ ଡିଲ୍ ହେବ । କାରଣ ଏଥିପାଇଁ ୩.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି ଡିଲ୍ ଏପରି ସମୟରେ ହେଉଛି, ଯେଉଁ ସମୟରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ଘୋର ସଂକଟ ଦେଇ ଗତି କରୁଛି । ଭାରତୀୟ ସେନା ପାଖରେ ୪୨ଟି ଯୁଦ୍ଧ ବିମାନର କ୍ଷମତା ରହିଥିବା ବେଳେ ବର୍ତ୍ତମାନ ଏହା କେବଳ ୨୯ଟି ଫାଇଟର ସ୍କ୍ୱାର୍ଡନକୁ ଅପରେଟ କରୁଛି । ବର୍ତ୍ତମାନ ଭାରତର ପଶ୍ଚିମ ଓ ଉତ୍ତରପଟୁ ବିପଦ ରହିଛି । ଏପରି ସମୟରେ ଯଦି ଭାରତୀୟ ବାୟୁସେନା ଦୁର୍ଭଳ ରହିବ ତେବେ ସ୍ଥିତି ଭୟଙ୍କର ହେଇପାରେ । ତେବେ ଫ୍ରାନ୍ସ ଠାରୁ ରାଫେଲ କିଣିବା ପାଇଁ ଯେଉଁ ଡିଲ୍ ଯୋଜନା କରାଯାଇଛି, ସେହି ଅନୁସାରେ ମାତ୍ର ୧୮ଟି ଏୟାରକ୍ରାପ୍ଟ ସିଧା ଫ୍ରାନ୍ସରୁ ଆସିବ, ବାକି ଯୁଦ୍ଧ ବିମାନ ଭାରତରେ ତିଆରି କରାଯିବ । ପାଖାପାଖି ୮୦ ପ୍ରତିଶତ ରାଫେଲ ବିମାନ ଭାରତରେ ତିଆରି ହେବ । ଆଉ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏଥିରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସ୍ୱଦେଶୀ ସାମଗ୍ରୀ ଲାଗିପାରେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)