ଅକ୍ଷର ବ୍ୟୁରୋ: ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମ୍ବ୍ରାଞ୍ଚ ଡିଜିଙ୍କ ସୂଚନା । ମୋଷ୍ଟ ୱାଣ୍ଟେଡ୍ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୫ ଅଭିଯୁକ୍ତ ଗିରଫ । ସୁକାନ୍ତ ମହାରଣା, ସୌମ୍ୟା ପିୟଦର୍ଶିନୀ, ଅଭିମନ୍ୟୁ ଦୋରା, ମୁନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ । କିନ୍ତୁ ଏବେବି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ଅଛି । ଅଭିଯୁକ୍ତମାନଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲା ଦଶପଲ୍ଲାର ଅଭିମନ୍ୟୁ ଦୋରା । ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ କହିଲେ କ୍ରାଇମ୍ବ୍ରାଞ୍ଚ ଡିଜି । ସହଯୋଗୀ ଭାବେ କାମ କରି ପ୍ରମାଣ ନଷ୍ଟ କରୁଥିଲା ସୌମ୍ୟା ପ୍ରିୟଦର୍ଶିନୀ । ଦୀଘା ଓ ହାଇଦ୍ରାବାଦରେ ମଡ୍ୟୁଲର ହେଉଥିଲା ସମସ୍ତ ସ୍କାମ୍ ପ୍ଲାନ୍ । ହାଇଦ୍ରାବାଦ ପରେ ଦୀଘା ମଡ୍ୟୁଲ ପାଇଁ ଯାଇଥାନ୍ତେ ପରୀକ୍ଷାର୍ଥୀ । ୧୧୦ ପରୀକ୍ଷାର୍ଥୀଙ୍କ ପାଇଁ ଦୀଘାରେ ରୁମ୍ ବୁକ୍ ହୋଇଥିଲା । ଦୀଘା ମଡ୍ୟୁଲର ନେତୃତ୍ୱ ନେଇଥିଲା ପୂର୍ବରୁ ଗିରଫ ଅରବିନ୍ଦ ଦାସ । ଅରବିନ୍ଦ ଦାସଙ୍କ ଘର ବାଲେଶ୍ୱର ଓ ସୌମ୍ୟା ଘର ଢେଙ୍କାନାଳ । ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । କେଳେଙ୍କାରୀର ମୁଖ୍ୟ ଶଙ୍କର ପୃଷ୍ଟିକୁ ରିପୋର୍ଟ କରୁଥିଲା ମୁନା ମହାନ୍ତି । ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। କାହା ପାଖରେ କିଛି ସୂଚନା ଥିଲେ ଜଣାଇବାକୁ କ୍ରାଇମ୍ବ୍ରାଞ୍ଚ ଡିଜିଙ୍କ ଅପିଲ୍ । ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ କହିଲେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।
ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମ୍ବ୍ରାଞ୍ଚ ଡିଜିଙ୍କ ସୂଚନା:












Leave a Reply