ଗିରଫ ହେଲେ ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର; ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।

ଅକ୍ଷର ବ୍ୟୁରୋ: ଗିରଫ ହେଲେ ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର । ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ରେଞ୍ଜରଙ୍କର ୨ଟି କୋଠା ସହ ୫ଟି ମୂଲ୍ୟବାନ ପ୍ଲଟ ଠାବ କରାଯାଇଛି । ୨୫୦ ଗ୍ରାମ୍ ସୁନା ନଗଦ ୩.୬୯ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ରେଞ୍ଜରଙ୍କର ୮୦.୬୮ ଲକ୍ଷ ଟଙ୍କାର ଡିପୋଜିଟ୍ ମଧ୍ୟ ଠାବ କରାଯାଇଛି । 

ସୂଚନାଯୋଗ୍ୟ, ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକାସାଙ୍ଗରେ ୪ଟି ସ୍ଥାନରେ ରେଡ୍ କରିଥିଲା ଦୁର୍ନୀତି ନିବାରଣ ବିଭାଗ ଟିମ୍‌ । ତିର୍ତ୍ତୋଲ ଥାନା ସାମନ୍ତରାୟପୁର ଗାଁ ସ୍ଥିତ ପୈତୃକ ବାସଭବନରେ ବି ଚଢ଼ଉ ହୋଇଥିଲା । ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ଜାରି କରିଥିବା ସର୍ଚ୍ଚୱାରେଣ୍ଟ ଭଳରେ ଭିଜିଲାନ୍ସ ଚଢଉ କରାଯାଇଥିଲା । ଶ୍ରୀ ସାମନ୍ତରାୟଙ୍କ ୪ଟି ସ୍ଥାନ ଯଥା ଜଗତସିଂହପୁର ସଦର ମହକୁମା ଚାଟ୍ରା ଗ୍ରାମ ସ୍ଥିତ ତାଙ୍କର ୩ମହଲ୍ଲା ବିଶିଷ୍ଟ ଲଗଜୋରୀ ଅବାସିକ ବାସଗୃହ, ନିଜ ଗ୍ରାମ ସାମନ୍ତରାୟପୁର ସ୍ଥିତ ୨ମହଲ୍ଲା ବିଶିଷ୍ଟ ଛାତ ଘର, ଜଗତସିଂହପୁର ସାଁପୁର ସ୍ଥିତ କଟକ ବନବିଭାଗ ଅଧୀନରେ ଥିବା ଫରେଷ୍ଟର କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର୍ସରେ ଏକ ସମୟରେ ଚଢ଼ଉ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)