ଡାଇରିଆ ପରେ ଜଣ୍ଡିସ୍ ; ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍ ।

ଡାଇରିଆ ଡର ଯାଇନି, ଆସିଲାଣି ଜଣ୍ଡିସ୍। ସାରା ରାଜ୍ୟରେ ଡାଇରିଆ ସ୍ଥିତି ଥମିନଥିବାବେଳେ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍। ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି । ଇ.ଏ କଲୋନି , ବ୍ରହ୍ମେଶ୍ୱର ପାଟଣା ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ପ୍ରାୟ ୫୦ ଛୁଇଁଥିବାବେଳେ ଏକାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଦୂଷିତ ପାଣି ପିଇ ଜଣ୍ଡିସ୍ ବ୍ୟାପୁଥିବା ଖବର ମିଳିବା ପରେ ଗତ ୨ ଦିନ ତଳେ ସଂକ୍ରମିତ ଅଞ୍ଚଳରୁ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ନମୂନାରୁ ଜଣ୍ଡିସ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ହେଲେ ଏ ନେଇ ସରକାରୀ କିମ୍ବା ବିଏମ୍ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।  

ଏପେଟେ ଡାଇରିଆ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ସଚିବଙ୍କ ସହ ହୋଇଛି ସମୀକ୍ଷା ବୈଠକ। ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଥିଲା କେନ୍ଦ୍ରୀୟ ଟିମ୍। ଯାଜପୁର ସମେତ ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରିଖିଛନ୍ତି କେନ୍ଦ୍ରୀୟ ଟିମ୍। ଆଉ ସେମାନେ ସଂଗ୍ରହ କରିଥିବା ରିପୋର୍ଟ ଆଧାରରେ ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା କହିଛି କେନ୍ଦ୍ରୀୟ ଟିମ୍। ଏନେଇ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହ ଚାଲିଛି ଆଲୋଚନା। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ୫ଟି ଜିଲ୍ଲାରେ ଡାଇରିଆ ପରେ ସବୁ ଜିଲ୍ଲାକୁ ଆର୍ଲଟ କରିଛି ସ୍ୱାସ୍ଥ୍ୟ ବିଭାଗ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)