ଶପଥ ନେଲେ ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ; ଶୀତକାଳୀନ ଅଧିବେଶନରେ ଯୋଗଦେବା ପୂର୍ବରୁ ନେଲେ ଶପଥ ।

ଅକ୍ଷର ବ୍ୟୁରୋ: ଶପଥ ନେଲେ ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ । ନୂଆପଡ଼ା ଉପ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀ ଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶୀତକାଳୀନ ଅଧିବେଶନରେ ଯୋଗଦେବା ପୂର୍ବରୁ ଶପଥ ନେଇଛନ୍ତି ଜୟ ଢୋଲକିଆ । ଜୟଙ୍କ ଶପଥ ଗ୍ରହଣରେ ସାମିଲ ହୋଇଥିଲେ ତାଙ୍କ ପରିବାର ।

ସୂଚନା ଥାଉକି, ନୂଆପଡା ଉପନିର୍ବାଚନରେ ବିଜେପି ପାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ସେ ବିଧାୟକ ଭାବେ ବିଧାନସଭାରେ ଶପଥ ନେଇଛନ୍ତି । ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇଛନ୍ତି । ମା’ ଓ ସ୍ତ୍ରୀଙ୍କ ସହ ଆସି ନୂଆ ବିଧାୟକ ଭାବେ ଶପଥ ନେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)