ଅକ୍ଷର ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ହାଜର ହେବେ ସମସ୍ତ ଅଭିଯୁକ୍ତ । ଗିରଫ ହୋଇଥିବା ବିକ୍ରମ ପଣ୍ଡା, ମଳୟ ବିଷୋୟୀ, ମଦନ ଦଳାଇ, ପିଣ୍ଟୁ ଦାଶ, ସୁନୀଲ କୁମାର ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ, କୁନ୍ଦନ କୁମାର, ଶିଶୁପାଳ କୁମାର ପାଶୱାନ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନଙ୍କ ସମେତ ୧୬ଜଣ ଅଭିଯୁକ୍ତ ଆଜି କୋର୍ଟରେ ହାଜର ହେବେ । ଆଜି କୋର୍ଟରେ ଏହି ମାମଲାର କମିଟମେଣ୍ଟ ହେବାକୁ ଥିବାବେଳେ ଗିରଫ ସମସ୍ତ ୧୬ ଅଭିଯୁକ୍ତ ହାଜର ହେବେ ବୋଲି ସୂଚନା ମିଳିଛି । ଗତ ବର୍ଷ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ବୈକୁଣ୍ଠନଗର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ବର୍ତ୍ତମାନ ୧୫ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଓ ପିଣ୍ଟୁ ଦାସ ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି । ମାମଲାର ତଦନ୍ତ ଜାରି ରହିଛି ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ଆଜି କୋର୍ଟରେ ହାଜର ହେବେ ସମସ୍ତ ଅଭିଯୁକ୍ତ ।












Leave a Reply