ଅକ୍ଷର ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ମହାସ୍ନାନ । କେହି ଜଣେ ମହାପ୍ରଭୁଙ୍କୁ ଛୁଇଁ ଦେବାରୁ ମହାସ୍ନାନ କରାଯାଇଛି । ମହାସ୍ନାନ ଯୋଗୁଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ମହାସ୍ନାନ ନୀତି ସରିବା ପରେ ପୁଣି ଚାଲିବ ସର୍ବସାଧାରଣ ଦର୍ଶନ । ରବିବାର ଦିନ ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଏହି ସମୟରେ ବ୍ୟକ୍ତି ଜଣଙ୍କ ହଠାତ୍ ଶ୍ରୀମନ୍ଦିର ମଧ୍ୟକୁ ଯାଇ ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ । ଯାହାଫଳରେ ମହାସ୍ନାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ତୁରନ୍ତ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା । ଆଉ ମହାପ୍ରଭୁଙ୍କର ମହାସ୍ନାନ ହୋଇଥିଲା । ଯାହାକୁ ସାଧାରଣତଃ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ ବୋଲି କୁହାଯାଏ । ତେବେ ଠାକୁରଙ୍କ ମହାସ୍ନାନ ପରେ ସାଧାରଣ ଦର୍ଶନ ପୂର୍ବ ପରି ଚାଲୁରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି ।
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ମହାସ୍ନାନ; କେହି ଜଣେ ମହାପ୍ରଭୁଙ୍କୁ ଛୁଇଁ ଦେବାରୁ ମହାସ୍ନାନ କରାଯାଇଛି ।












Leave a Reply