ଅକ୍ଷର ବ୍ୟୁରୋ: ବିଧାୟକଙ୍କ ଦରମା ବୃଦ୍ଧି ମାମଲା । ହାଇକୋର୍ଟରେ ଗ୍ରହଣ ହେଲାନି ଆବେଦନ । AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ । ପ୍ରିମାଚ୍ୟୁର କହି ମାମଲାକୁ ଗ୍ରହଣ କଲେନି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ହୋଇନଥିବା ଦର୍ଶାଇ ମାମଲା ଗ୍ରହଣୀୟ ହେବନି ବୋଲି କହିଲା ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ପରେ ଯାଇ ମାମଲା କରିପାରିବେ ବୋଲି ଆବେଦନକାରୀଙ୍କୁ ଅନୁମତି ଦେଲେ ଉଚ୍ଚ ନ୍ୟାୟାଳୟ । ଓଡ଼ିଶାର ବିଧାୟକମାନଙ୍କ ଦରମା ଦେଶର ଅନ୍ୟ ସମସ୍ତ ରାଜ୍ୟର ବିଧାୟକମାନଙ୍କ ଅପେକ୍ଷା ଅଧିକ । ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ବିଧାୟକମାନଙ୍କ ଦରମା ଏତେ ପରିମାଣରେ ବୃଦ୍ଧି ହେଲେ ଏହାର ପ୍ରତିକୂଳ ପ୍ରଭାବ ରାଜ୍ୟ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବାର ଆଶଙ୍କା ରହିଛି । କିନ୍ତୁ ଏସବୁକୁ ଗୁରୁତ୍ୱ ନଦେଇ ରାଜ୍ୟ ସରକାର ବିଧାୟକମାନଙ୍କ ଦରମା ୩ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଭଳି ଦରମା ବୃଦ୍ଧି ସମ୍ପୂର୍ଣ୍ଣ ବେଆଇନ ତଥା ଅସାମ୍ବିଧାନିକ । ଏଭଳି ନିଷ୍ପତ୍ତିକୁ ରଦ୍ଦ କରାଯାଇ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଁ ସ୍ୱାଧୀନ ବେତନ କମିସନ ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।
ବିଧାୟକଙ୍କ ଦରମା ବୃଦ୍ଧି ମାମଲା; ଆବେଦନ ଗ୍ରହଣ କଲେନି ହାଇକୋର୍ଟ ।












Leave a Reply