ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନର ମତଦାନକୁ ଆଉମାତ୍ର କିଛି ଘଣ୍ଟା ବାକି ଅଛି । ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି । ତିନିଟି ଯାକ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି । ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ କାଠିକର ପାଠ ହୋଇଗଲାଣି । ନିର୍ଦ୍ଦିଷ୍ଟ କିଛି ବିଧାୟକ ଦୁଇ ଦଳର ଟେନସନ୍ ବଢ଼ାଇ ଦେଇଛନ୍ତି । ସେପଟେ ପାରାଦୀପରେ ଥିବା ବିଜେପି ବିଧାୟକମାନେ ପାରାଦୀପରୁ ବାହାରି ଭୁବନେଶ୍ୱରରେ ଅଭିମୁଖେ ବାହାରିଛନ୍ତି । ଭୁବନେଶ୍ୱରରେ ପହଂଚିବା ପରେ ବିଧାନସଭା ଯାଇ ଭୋଟ ଦେବେ । ଦୁଇ ଦିନ ଧରି ପାରାଦୀପରେ ଏକ ହୋଟେଲରେ ଥିଲେ ବିଜେପିର ୭୦ରୁ ଅଧିକ ବିଧାୟକ । କ୍ରସ ଭୋଟିଂ ଭୟ ଭିତରେ ପାରାଦୀପ ଯାଇଥିଲେ ବିଧାୟକ । ୩ଟି ସ୍ବତନ୍ତ୍ର ବସରେ ରାଜ୍ୟ କାର୍ଯ୍ୟାଳୟରୁ ସିଧା ପାରାଦୀପ ଯାଇଥିଲେ ବିଧାୟକ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜ ନିଜ ଦଳର ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜାରି ରହିଛି ।
ଅନ୍ୟପଟେ ବେଙ୍ଗାଲୁରୁରେ ଥିବା ୮ କଂଗ୍ରେସ ବିଧାୟକ ଗତକାଲି ବିଳମ୍ବିତ ରାତିରେ ଓଡ଼ିଶା ଫେରିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ସବୁ ବିଧାୟକ ଫେରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମଙ୍କ ଘରେ ସବୁ ବିଧାୟକ ଥିବା ନେଇ ସୂଚନା ମିଳିଛି । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଭୟ ଯୋଗୁ ବେଙ୍ଗାଲୁରୁ ଯାଇଥିଲେ କଂଗ୍ରେସ ବିଧାୟକ । ପବିତ୍ର ସାଉଁଟା, ସିଏସ ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, କ୍ରାଡ଼ାକା ଆପାଲା ସ୍ୱାମୀ, ମଙ୍ଗୁ ଖିଲ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ବେଙ୍ଗାଲୁରୁ ଯାଇଥିଲେ । କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋଙ୍କୁ କଂଗ୍ରେସର କାରଣ ଦର୍ଶାଅ ନୋଟିସ । ଆଜି ସକାଳ ୯ଟା ସୁଦ୍ଧା ଦଳର ନେତୃତ୍ୱଙ୍କ ସହ ଯୋଗାଯୋଗ କରିବାକୁ ନୋଟିସ ଜାରି କରି ଜରୁରୀ ନିର୍ଦ୍ଦେଶ ଦିଆଯାଇଛି ।












Leave a Reply