ମାର୍ଚ୍ଚ ୩୧ ସୁଦ୍ଧା ମାଓମୁକ୍ତ ଦେଶ ପାଇଁ ଟାର୍ଗେଟ୍; ତା’ପୂର୍ବରୁ ଆତ୍ମସମର୍ପଣ କଲା ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଶୁକ୍ରୁ ।

ଅକ୍ଷର ବ୍ୟୁରୋ: ଆତ୍ମସମର୍ପଣ କଲା ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଶୁକ୍ରୁ । ଶୁକ୍ରୁ ସହ ଆଉ ୪ ମାଓବାଦୀଙ୍କ ଆତ୍ମସମର୍ପଣ । କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କଲା ଶୁକ୍ରୁ । ଏକେ-୪୭ ସହ ଶୁକ୍ରୁ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଶୁକ୍ରୁକୁ ଧରିବା ପାଇଁ ଚାଲିଥିଲା ବଡ଼ ଅପରେସନ୍ । କଳାହାଣ୍ଡି- କନ୍ଧମାଳ-ରାୟଗଡ଼ା ସୀମାନ୍ତରେ ଶୁକ୍ର ଲୁଚିଥିଲା । ଜିଲ୍ଲା ପୋଲିସକୁ ଚକମା ଦେବାକୁ ସୀମାନ୍ତରେ ଲୁଚି ଲୁଚି ରହୁଥିଲା । ମାର୍ଚ୍ଚ ୩୧ ସୁଦ୍ଧା ଶୁକ୍ରକୁ ଧରିବାକୁ ରହିଥିଲା ଟାର୍ଗେଟ୍ । କିଛି ଦିନ ତଳେ ସାଥୀ ମାଓବାଦୀକୁ ହତ୍ୟା କରିଥିଲା ଶୁକ୍ରୁ । ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । 

ସାଥୀ ମାଓବାଦୀ କମାଣ୍ଡର ଅନ୍ୱେଷକୁ ଗଳାକାଟି ପୋତିଦେଇଥିଲା । ଶୁକ୍ରୁର ଘର ମାଲକାନଗିରି ଜିଲ୍ଲାରେ । ସେ କିନ୍ତୁ କନ୍ଧମାଳ ଜିଲ୍ଲାର କାଲିମେଳାରେ ସକ୍ରିୟ ରହିଥିଲା । ସେ ମାଓବାଦୀଙ୍କ ଜୋନାଲ କମାଣ୍ଡର ଭାବେ କାମ କରୁଥିଲା । ଏଇଟ୍ ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲା ଶୁକ୍ରୁ । ଶୁକ୍ରୁକୁ ଧରାଇ ଦେବା ପାଇଁ ୫୫ ଲକ୍ଷର ପୁରସ୍କାର ଥିଲା । ଶୁକ୍ରୁ ଧରାପଡ଼ିବା ପରେ ରାଜ୍ୟର ଲାଲ ସଂଗଠନ ଶେଷ ହୋଇଯାଇଛି ବୋଲି ଅନେକ କହିଛନ୍ତି । ମାଓମୁକ୍ତ ଦେଶ ପାଇଁ ମାର୍ଚ୍ଚ ୩୧ ଡେଡ୍ ଲାଇନ୍ ରହିଥିଲା । ଏହା ପୋଲିସର ବଡ଼ ସଫଳତା ବୋଲି କହିଛନ୍ତି ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)