ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ: ପୃଥ୍ୱୀରାଜ ହରିଚନ୍ଦନ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ । ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜୋରଦାର ହେବ । ଅବୈଧ ନିଶା କାରବାର ରୋକିବା ପାଇଁ ବି ପଦକ୍ଷେପ ନିଆଯିବ । ଚଢ଼ାଉ ବେଳେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବଡି କ୍ୟାମେରା ପିନ୍ଧିବେ । ଏହାଦ୍ୱାରା କୋର୍ଟରେ ଭିଡିଓ ପ୍ରମାଣ ଦେଇପାରିବେ ତଦନ୍ତକାରୀ ଅଫିସର । ପ୍ରମାଣ ଅଭାବରୁ ଆଉ ଅଭିଯୁକ୍ତ ଆଉ ଖସି ପାରିବେନି ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହିତ ଅବକାରୀ କର୍ମଚାରୀ ଓ ଅଫିସରଙ୍କୁ ସଶସ୍ତ୍ର ବାହିନୀ କରିବାକୁ ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)