ଅକ୍ଷର ସାହିତ୍ୟ ଉତ୍ସବର ଅନ୍ୟତମ ଅତିଥି ମହିଳା କମିଶନ୍‌ର ସଦସ୍ୟା ତଥା କବିୟତ୍ରୀ ଡ. କଳ୍ପନା ମଲ୍ଲିକ୍ ।

ଅକ୍ଷର ବ୍ୟୁରୋ: ଅକ୍ଷର ସାହିତ୍ୟ ଉତ୍ସବର ଅନ୍ୟତମ ଅତିଥି ଭାବେ ମହିଳା କମିଶନ୍‌ର ସଦସ୍ୟା ତଥା କବିୟତ୍ରୀ ଡ. କଳ୍ପନା ମଲ୍ଲିକ୍ ଯୋଗ ଦେଇଥିଲେ । ସେ ମଧ୍ୟ ନିଜ ଅଭିଭାସଣରେ କହିଥିଲେ, ଆଜିର ସାହିତ୍ୟ ଉତ୍ସବ ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଆୟୋଜନ କରାଯାଇଥିବାରୁ ବେଶ୍ ପ୍ରାସଙ୍ଗିକତା ରଖେ । ସେ କହିଲେ ପ୍ରାୟୋଜିତ କବିତା କେବେହେଲେ କବିତା ହୋଇପାରେନା । ବରାଦି କବିତା ମନଛୁଆଁ ହୋଇପାରେନା । ଜଣେ ସମସ୍ୟା, ଯନ୍ତ୍ରଣାରେ ନ ପଡିଲେ କବିତା ଲେଖିପାରେ ନାହିଁ । କବିର ବୟସ ବଢ଼େ ନାହିଁ । ୭୦ ବର୍ଷ ବୟସରେ ମଧ୍ୟ ଜଣେ କବି ପ୍ରେମ କବିତା ଲେଖିପାରେ । କବି ଦେହରେ ବୟସ୍କ ହେଲେ ମଧ୍ୟ ମନରେ ତରୁଣ । ତା’ ଭିତରେ ଏକ ଛୋଟ ପିଲାର ମନ ଥାଏ । ପରେ ତାଙ୍କ ଦ୍ୱାରା ଲିଖିତ ଇଂରାଜୀ କବିତା ସଂକଳନ ‘ଥାର୍ଡ ଆଇ’ର ଏକ କବିତା ସେ ଆବୃତ୍ତି କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)