ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ଆଉ ଜଣେ ଦଲାଲ ଗିରଫ

ଅକ୍ଷର ବ୍ୟୁରୋ: ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ଆଉ ଜଣେ ଦଲାଲକୁ ଗିରଫ କଲା ସିବିଆଇ । ବ୍ରହ୍ମପୁରରୁ ସୀତାରାମକୁ ଗିରଫ କରିଛି ସିବିଆଇ । ସୀତାରାମ୍ ଆଶାୟୀ ପରୀକ୍ଷାର୍ଥୀ ଯୋଗାଡ କରିବା ସହ ଆନ୍ଧ୍ର ନେଇ ଯାଉଥିବା ବସ୍ କୁ ସହଯୋଗ କରିଥିଲା । ସୀତାରାମ୍ ର ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ CBI ଅଫିସକୁ ଡାକି କରିଥିଲା ଜେରା । ଏକାଧିକ ଜେରା କରିବା ପରେ ଶେଷରେ ଆଜି CBI ଗିରଫ କରିଛି । ପୋଲିସ SI ସ୍କାମରେ ମୁଖ୍ୟ କାର୍ପେଟ ଦର ଶଙ୍କର ପୃଷ୍ଟି ସମେତ 16 ଜଣଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରି ସାରିଛି ସିବିଆଇ । ଏବେବି ମାମଲାର ତଦନ୍ତ ଜାରି ରହିଛି । ସେପଟେ ଏହି ମାମଲାରେ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନଥିବା ବେଳେ ଅଯଥାରେ ତାଙ୍କ ନାମ ଯୋଡ଼ା ଯାଉଛି ବୋଲି ଦର୍ଶାଇ ଶ୍ରୀ ନାୟକଙ୍କ ତରଫରୁ ଆଗୁଆ ଜାମିନ ଆବେଦନ ଦାୟର କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ ଶ୍ରୀ ନାୟକ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି । ଲାଲବାଗ ଥାନା ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ କେତେକ ଏହି ଘଟଣାରେ ଜଡ଼ିତ ବୋଲି ଚର୍ଚ୍ଚା ହୋଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)