ଅକ୍ଷର ବ୍ୟୁରୋ: ଲାଞ୍ଚ ନେଇ ଧରାପଡିଲେ ଥାନା ଇନ୍ସପେକ୍ଟର । ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଟକ ସିଆରଆରଆଇ ଥାନା ଇନ୍ସପେକ୍ଟର ବିଜୟ ଵାରିକ । ଇନିସପେକ୍ଟର ବିଜୟ ବାରିକଙ୍କ ବିଭିନ୍ନ ଠିକଣାରେ ଚାଲିଛି ଚଢାଉ । ଭୁବନେଶ୍ୱରରେ ତାଙ୍କର ବିଭିନ୍ନ ଠିକଣାରେ ରେଡ୍ ଚାଲିଛି । ମଦ ବେପାରୀଙ୍କଠୁ ୪୦ ହଜାର ଟଙ୍କା ହାତଗୁଞ୍ଜା ନେବା ବେଳେ ରାଜମହଲ ଛକରେ ମାଡି ବସିଛି ଭିଜିଲାନ୍ସ ।
ଖବର ଅନୁଯାୟୀ, ପୋଲିସ ଅଫିସର ଶ୍ରୀ ବିଜୟ କୁମାର ବାରିକ ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଚାରୁ ରୂପେ ଚଲାଇବାକୁ ୪୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ତାଙ୍କ ପାଖରୁ ସମସ୍ତ ଟଙ୍କା ଜବତ କରାଯାଇଛି । ଏହି ଘଟଣା ପରେ ଶ୍ରୀ ବାରିକଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶ୍ରୀ ବାରିକଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ ଦୁଇଟି ସ୍ଥାନରେ ଏକକାଳୀନ ସନ୍ଧାନ ଜାରି ରଖିଛି । ଭୁବନେଶ୍ୱର ୟୁନିଟ୍-୧ରେ ଅବସ୍ଥିତ ଶ୍ରୀ ବାରିକଙ୍କ ସରକାରୀ ଆବାସରେ ଚଢ଼ାଉ ସମୟରେ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଲାଞ୍ଚ ନେବା ଓ ଜବତ ହୋଇଥିବା ଟଙ୍କା ସମ୍ପର୍କରେ ଶ୍ରୀ ବାରିକଙ୍କୁ ପଚରାଉଚରା କରାଯାଉଛି । ଘଟଣାର ତଦନ୍ତ ଜାରି ରହିଛି ।












Leave a Reply