ଅକ୍ଷର ବ୍ୟୁରୋ: ୨୪ରୁ ଗଡ଼ିବନି ଘରୋଇ ବସ୍ । ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ ବସ ବ୍ଲକ୍ରୁ ଜିଲ୍ଲା ହେଡ୍ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ବସ ସେବା ବନ୍ଦ କରିବାକୁ ଘରୋଇ ବସ ମାଲିକ ସଂଘ ଦାବି କରିଛନ୍ତି । ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ । ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ । ‘ସମାଧାନ ନହେଲେ ୨୪ରୁ କଟକରେ ସମସ୍ତ ଘରୋଇ ବସ ବନ୍ଦ ରହିବ’ । କଟକକୁ ବାହାରୁ କୌଣସି ବସ ଆସିବାକୁ ଦିଆଯିବ ନାହିଁ’ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ଦେବ ଘରୋଇ ବସ ମାଲିକ ସଂଘ’ । ମୁଖ୍ୟମନ୍ତ୍ରୀ ନ ଶୁଣିଲେ ୨୪ ପରେ ସାରା ରାଜ୍ୟରେ ବସ ସେବା ବନ୍ଦ ରହିବ ମାଲିକ ସଂଘର ସମ୍ପାଦକ ।
୨୪ରୁ ଗଡ଼ିବନି ଘରୋଇ ବସ୍; ଚେତାବନୀ ଦେଲେ ଘରୋଇ ବସ୍ ମାଲିକ ସଂଘ ।












Leave a Reply