ଅକ୍ଷର ବ୍ୟୁରୋ: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରେଭିନ୍ୟୁ ଇନିସ୍ପେକ୍ଟର । କଟକ ଜିଲ୍ଲା କଖଡିର ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ମିଳିଥିବା ସୂଚନା ମୁତାବକ ଏକ ଜମିର କିସମ ପରିବର୍ତ୍ତନ ବା ମ୍ୟୁଟେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ିବସିଥିଲେ । ସୂଚନା ନେବାରୁ ଜଣାପଡିଛି ଯେ ଜଣେ ଜମିମାଲିକ ତାଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ଅନଲାଇନ ଆବେଦନ କରିଥିଲେ । ଆଉ ଏହାପରେ ଆରଆଇ ଜମି ମାଲିକଙ୍କୁ ୨୦ ତାରିଖରେ ଆସି ଭେଟିବାକୁ କହିଥିଲେ । ଜମିମାଲିକ ଜଣକ ଆରଆଇଙ୍କୁ ଭେଟିବା ପରେ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଜମିମାଲିକ ଜଣକ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ସହ ନିଜର ଅକ୍ଷମତା ପ୍ରକାଶ କରିଥିଲେ ଆରଆଇ ବାବୁ ଜଣକ ଏହା ଶୁଣିନଥିଲେ । ଲାଞ୍ଚ ନ ଦେଲେ କାମ ହେବ ନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ । ଏହାପରେ ଜମିମାଲିକ ଜଣକ ଆଉ କିଛି ଉପାୟ ନ ପାଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଜମି ମାଲିକ ଜଣକ ଲାଞ୍ଚ ଟଙ୍କା(କେମିକାଲ ମିଶା)ନେଇ ପହଂଚି ଆରଆଇଙ୍କୁ ଦେବାବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡ଼ିବସିଥିଲେ ।
ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଇନିସ୍ପେକ୍ଟର; ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲେ ଭିଜିଲାନ୍ସ ଅଧିକାରୀ ।












Leave a Reply