ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ । ବନ୍ୟା କ୍ଷୟକ୍ଷତି ରିପୋର୍ଟ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ । କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକର ବନ୍ୟା କ୍ଷୟକ୍ଷତି ରିପୋର୍ଟ । ମୋଟ୍ ୬ କୋଟି ୬୬ ଲକ୍ଷ ୧୭ହଜାର ୫୫ ଟଙ୍କା ଖର୍ଚ୍ଚ ହୋଇଛି । ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି । ଫସଲ ନଷ୍ଟ ପାଇଁ କ୍ଷତିପୂରଣ ବି ଜିଲ୍ଲାପାଳମାନଙ୍କୁ ପଠାଯାଇଛି । ରିଲିଫ୍ ଖର୍ଚ୍ଚ ହୋଇଛି, ପାଣି ବିଶୋଧନ ଅର୍ଥ ବି ପଠାଯାଇଛି । ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ବି ଦିଆଯାଇଛି ।
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁ ମାନେ ଜମି ହରାଉଛନ୍ତି ସେମାନଙ୍କୁ ଜମି ଦେବେ ସରକାର । ଏନେଇ ଖୁଵ ଶୀଘ୍ର ସବୁ ଜିଲ୍ଲାପାଳ ମାନଙ୍କୁ ମଗାଯିବ ରିପୋର୍ଟ । ଜମି ହରାଇଥିଲେ ଜମି ବଦଳରେ ଜମି ମିଳିବ । ନିଆଳିରେ ୮୨ ମସିହାରୁ ଏହା ସମସ୍ୟା ନଜରକୁ ଆସିଛି । ନିଆଳି ସହ ବଡମ୍ବାରେ ବି ବନ୍ୟା ସମୟରେ ନଦୀ ତାର ଗତି ପଥ ବଦଳାଇବାରୁ ଗୁଡ଼ାଏଁ ଲୋକଙ୍କ ଜମି ହରାଇଛନ୍ତି ସେମାନଙ୍କ ଜମି ନଦୀ ଭିତରକୁ ପଳାଇଛି । ତେଣୁ ଏନେଇ ନିଷ୍ପତ୍ତି ହୋଇଛି । ଜିଲ୍ଲପାଳ ମାନଙ୍କ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ ।












Leave a Reply