ଅକ୍ଷର ବ୍ୟୁରୋ: ଆଜି ତୃତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ବିଏମସି, ବିଡିଏ ଓ କମିଶନରେଟ ପୋଲିସର ମିଳିତ ସ୍କ୍ୱାର୍ଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ସେପଟେ କିଛି ସାଲିଆ ସାହି ବାସିନ୍ଦା ନିଜ ଘର ଭଙ୍ଗା ଯିବା ପରେ ଖୋଲା ଆକାଶ ତଳେ ଜରି ପାଲ ଟାଣି ନିଜର ଆସବାପତ୍ର ରାଖି ରାତି କାଟିଛନ୍ତି । ବିଏମସି ପକ୍ଷରୁ ଯୋଗାଇ ଦିଆଯାଇଥିବା ଟ୍ରାଞ୍ଜିଟ୍ ହାଉସରେ ନ ରହି ସରକାରଙ୍କ ନିକଟରେ ଜାଗା ଦାବି କରି ସାଲିଆ ସାହି ଛାଡ଼ିବୁ ନାହିଁ ବୋଲି କହିଛନ୍ତି । ବିଏମସି ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଘରେ ଦୁଇ ଜଣରୁ ଅଧିକା ରହିବ ସମ୍ଭବ ନୁହେଁ ବୋଲି ଯୁକ୍ତି କରିବା ସହ ଜାଗା ଦାବି କରି ୨ ଦିନ ହେଲା ଜରିପାଲ ଟାଣି ରାତି କାଟୁଛନ୍ତି ।
ସୂଚନାନୁଯାୟୀ, ଏବେ ସୁଦ୍ଧା ୪୦୦ରୁ ଅଧିକ ଘର ଭଙ୍ଗା ସରିଛି । ବିଏମସି, ବିଡିଏ, ଟିପିସିଓଡିଏଲ, ଫାୟାରା, ପିଡବ୍ଳୁଡି ସେମତ ଲାଇନ ଡିପାର୍ଟେମେଣ୍ଟକୁ ନେଇ ୫ଟି ଟିମ ଗଠନ ହୋଇଛି । ଗୁରୁବାର ସକାଳୁ ସକାଳୁ ଶାନ୍ତି ଶୃଙ୍ଖଳାରେ ଉଚ୍ଛେଦ ଜାରି ରହିଛି । ସହାୟତା ପାଇଁ ପୋଲିସ ଓ ବିଏମସିର ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସେପଟେ ସାଲିଆ ସାହି ଉଚ୍ଛେଦ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଯାହା ହେଉଛି ନିୟମ ଅନୁଯାୟୀ ହେଉଛି ।
ସାଇମନ୍ଦିରରୁ ଏକାମ୍ରକାନନ ପର୍ଯ୍ୟନ୍ତ ୧୩ କିଲୋମିଟର ଦୁଇଶହ ଫୁଟିଆ ରାସ୍ତା ନିର୍ମାଣ ନେଇ ଯୋଜନା ହୋଇଥିଲା । ଏବେ ସାଲିଆ ସାହି ରାସ୍ତା ଦେଇ ୧ କିଲୋମିଟର ଉଚ୍ଛେଦ ବାକି ରହିଥିଲା । ସାଲିଆ ସାହି ଭିତରେ ଏକ କିଲୋମିଟର ରାସ୍ତା ଉଚ୍ଛେଦ ହୋଇଗଲେ ଯୋଗଯୋଗର ବାଟ ଫିଟିବା ସହିତ ଟ୍ରାଫିକ ଯନ୍ତ୍ରଣା ବି କମିବ । ତେବେ ମଙ୍ଗଳବାର ସାଲିଆ ସାହି ଉଚ୍ଛେଦ ବେଳେ ମିଳିଥିଲା ଆଧାର କାର୍ଡର ଭଣ୍ଡାର । ଆନ୍ଦୋଳନ ଚାଲିଥିବା ଘରୁ ମିଳିଥିଲା ପୁଳା ପୁଳା ଆଧାର କାର୍ଡ । ଏସବୁ ଆଧାର କାର୍ଡ ମିଳିବା ପରେ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ କାହାର ଏସବୁ ଆଧାର କାର୍ଡ ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ଘରୁ ବାହାରିଛି ସେ ଲୋକଙ୍କୁ ଡାକି ପୋଲିସ୍ ପଚରା ଉଚରା କରୁଛି ।












Leave a Reply