ଚିଲିକା କାଳିଜାଇ ପୀଠରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା; ପୁରୀ ଏସପି ପ୍ରତୀକ ସିଂଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: କାଳିଜାଇ ପୀଠରେ ବଢ଼ିବ ସୁରକ୍ଷା । ଚିଲିକା କାଳିଜାଇ ଗସ୍ତରେ ଯାଇ ଏହି ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ । ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁରକ୍ଷାକୁ ନଜରରେ ରଖି ମୁତୟନ ହେବେ ଅଧିକ ପୁଲିସ । ଏହାସହ ପୁଲିସ ଏଡ ପୋଷ୍ଟରେ ହେବ କଳେବର ବୃଦ୍ଧି । ପୁଲିସ ପାଟ୍ରୋଲିଙ୍ଗର ବି ହେବ ବ୍ୟବସ୍ଥା । ପୁରୀ ମୁଖ୍ୟ କାର୍ଯ୍ୟାଳୟରୁ ଅଧିକ ଦୂରତା ହୋଇ ଥିବାରୁ କୃଷ୍ଣପ୍ରସାଦ ବ୍ଳକକୁ ସ୍ବତନ୍ତ୍ର ଗୁରୁତ୍ଵ ଦିଆଯିବ ବୋଲି କହିଛନ୍ତି ଏସପି । କାଳିଜାଇକୁ ଗୁରୁତ୍ଵ ଦିଆଯିବା ସହ ସମ୍ପୂର୍ଣ୍ଣ ଚିଲିକାରେ ସୁରକ୍ଷା ବଢ଼ାଯିବ ଓ ଅଧିକରୁ ଅଧିକ ପୋଲିସ ପାଟ୍ରୋଲିଙ୍ଗର ବ୍ୟବସ୍ଥା କରାଯିବ । ଏପଟେ ପର୍ଯ୍ୟଟକଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ଶ୍ରଦ୍ଧାଳୁଙ୍କୁ ଉଚ୍ଚ ସ୍ଥରୀୟ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁରୀ ଏସପି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)