ଆସନ୍ତାକାଲି ଅଁଳା ନବମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲି ଅଁଳା ନବମୀ । ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । କାଲିଠାରୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ଭକ୍ତ । ପୁରୀ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସିଂହଦ୍ୱାର ଦେଇ ପ୍ରବେଶ, ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ଅଁଳା ନବମୀରେ କାଲି ଭୋର ୫ଟାରୁ ରାଧାପାଦ ଦର୍ଶନ ଆରମ୍ଭ । ବିଳମ୍ବିତ ରାତ୍ରି ଯାଏଁ ଚାଲିବ ରାଧାପାଦ ଦର୍ଶନ । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଦର୍ଶନ ପାଇଁ ୧୧ ଲେନ୍ ବିଶିଷ୍ଟ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)