ଅକ୍ଷର ବ୍ୟୁରୋ: କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫଳରେ କନ୍ୟା ବିବାହରେ ଆଉ ରହିବନି ସମସ୍ୟା । ଏହି ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । କନ୍ୟା ବିବାହ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ଏକ୍ସରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଓ ବିଶେଷକରି ମହିଳାମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ । ଏହି କ୍ରମରେ ଆଜି “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଶୁଭାରମ୍ଭ କରାଯାଉଛି । ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ ।
ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ ଏବଂ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ବିଧବା ବିବାହକୁ ପ୍ରୋତ୍ସାହନ ଦେବା ସହ ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରି ମହିଳାଙ୍କ ସାମାଜିକ ସୁରକ୍ଷାକୁ ଆମେ ଆହୁରି ସୁନିଶ୍ଚିତ କରୁଛୁ । ଆର୍ଥିକ ଅନଗ୍ରସର ପରିବାରର ମୁରବୀଙ୍କ କାନ୍ଧରୁ ଚିନ୍ତା ହଟାଇ ଝିଅମାନଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ ଜୀବନ ପ୍ରଦାନ କରିବା ଆମର ଲକ୍ଷ୍ୟ । ଲୋକଙ୍କ ସରକାର ସବୁ ସମୟରେ ଆପଣଙ୍କ ସୁଖ ଓ ସମୃଦ୍ଧି ପାଇଁ କାମ କରୁଛି । ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଓ ବିଶେଷକରି ମହିଳାମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ । ଏହି କ୍ରମରେ ଆଜି “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଶୁଭାରମ୍ଭ କରାଯାଉଛି ।
ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ । ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ ଏବଂ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ବିଧବା ବିବାହକୁ ପ୍ରୋତ୍ସାହନ ଦେବା ସହ ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରି ମହିଳାଙ୍କ ସାମାଜିକ ସୁରକ୍ଷାକୁ ଆମେ ଆହୁରି ସୁନିଶ୍ଚିତ କରୁଛୁ । ଆର୍ଥିକ ଅନଗ୍ରସର ପରିବାରର ମୁରବୀଙ୍କ କାନ୍ଧରୁ ଚିନ୍ତା ହଟାଇ ଝିଅମାନଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ ଜୀବନ ପ୍ରଦାନ କରିବା ଆମର ଲକ୍ଷ୍ୟ । ଲୋକଙ୍କ ସରକାର ସବୁ ସମୟରେ ଆପଣଙ୍କ ସୁଖ ଓ ସମୃଦ୍ଧି ପାଇଁ କାମ କରୁଛି ।












Leave a Reply