ଅକ୍ଷର ବ୍ୟୁରୋ: ଆନ୍ଦୋଳନରୁ ଓହରିଲା ପାଚିକା ସଂଘ । ପାଚିକାମାନଙ୍କ ଦୀର୍ଘଦିନର ଦାବି ଉପରେ ଶେଷରେ ସକାରାତ୍ମକ ପଦକ୍ଷେପ ନେଲେ ରାଜ୍ୟ ସରକାର । ୭ ଦଫା ଦାବି ମଧ୍ୟରୁ ୩ଟି ମୁଖ୍ୟ ଦାବି ଯଥା ବକେୟା ଟଙ୍କା ପ୍ରଦାନ, ପରିଚୟ ପତ୍ର ଯୋଗାଣ ଏବଂ ଯଥୋଚିତ ଦରମା ଦେବାକୁ ମାନିନେବା ପାଇଁ ସରକାର ପକ୍ଷରୁ ପ୍ରତିଶ୍ରୃତି ଦିଆଯାଇଛି । ଏହି ଆଶ୍ୱାସନ ପରେ ପାଚିକା ସଂଘ ନିଜ ଧାରଣା ଆନ୍ଦୋଳନରୁ ଓହରି ଯାଇଛି । ଗତ ଚାରି ଦିନ ଧରି ରାତି ଦିନ ଧାରଣାରେ ବସି ରହିଥିବା ପାଚିକାମାନେ ନିଜ ଅଧିକାର ପାଇଁ ଜୋରଦାର ଆନ୍ଦୋଳନ କରୁଥିଲେ । ସରକାର ସହିତ ଆଲୋଚନା ପରେ ଏହି ୩ଟି ଦାବି ପୂରଣ ନେଇ ସକାରାତ୍ମକ ସଙ୍କେତ ମିଳିବାରୁ ସେମାନେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ।
ଆନ୍ଦୋଳନରୁ ଓହରିଲା ପାଚିକା ସଂଘ; ୭ ଦଫା ଦାବି ମଧ୍ୟରୁ ୩ଟି ମୁଖ୍ୟ ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୃତି ।












Leave a Reply