ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା । ମୁଖ୍ୟ ଅଭିଯୁକ୍ତ ବସ୍ ଡ୍ରାଇଭରଙ୍କ ସହିତ ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ମୃତଦେହ ଉଦ୍ଧାର ହେବାର ୪୮ ଘଣ୍ଟା ଭିତରେ ମାମଲାର ପର୍ଦ୍ଦାଫାସ କରି ପୋଲିସ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଅଭିନଵ ସୋନକାରକ୍ଷ, ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ କାମାକ୍ଷାନଗର ଥାନା ସାଆନ୍ତାରାପୁର ଗାଁର ଗଙ୍ଗାଧର ପାତ୍ର । ଅନ୍ୟ ତିନି ଅଭିଯୁକ୍ତ ହେଲେ ସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ସାଆନ୍ତାରାପୁର ଗାଁର ମଦନ ମୋହନ ପାତ୍ର, ଓ ପରଜଙ୍ଗ ଥାନା କୁମୁସି ଗାଁର ରସାନନ୍ଦ ନାଏକ । ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାର, ୩ଟି ମୋବାଇଲ, ମୃତ କଲେଜ ଛାତ୍ରୀଙ୍କ ରକ୍ତଭିଜା ଓଢଣୀ ଓ କଲେଜ ବ୍ୟାଗକୁ ପୋଲିସ ଜବତ କରିଛି । ଏନେଇ କାମାକ୍ଷାନଗର ଥାନାରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି ପୋଲିସ ।
କାମାକ୍ଷାନଗର କଲେଜ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା; ମୁଖ୍ୟ ଅଭିଯୁକ୍ତ ୩ ସହଯୋଗୀଙ୍କୁ ଗିରଫ କଲା ପୋଲିସ ।












Leave a Reply