ମିଲରମାନଙ୍କ ସମସ୍ୟାର ସମାଧାନ ହୋଇଛି, ଆଉ କିଛି ଦାବି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ମିଲରମାନଙ୍କ ସମସ୍ୟାର ସମାଧାନ ହୋଇଛି । ସେମାନଙ୍କ କିଛି ଦାବି ସରକାର ପୂରଣ କରିଛନ୍ତି । ଆଉ କିଛି ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରଖାଯାଇଛି । ସେ ବିଷୟରେ ମୁଖ୍ୟମନ୍ତ୍ରୀ ନିଜେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଲରମାନଙ୍କ କଷ୍ଟଡିଆନ ଚାର୍ଜ ବୃଦ୍ଧି ପାଇଁ ଦାବି କରିଥିଲେ । ତାହାପୂରଣ ହୋଇଛି । ମିଲିଂ ଚାର୍ଜ ବଢାଇବା ପାଇଁ ଦାବି କରିଥିଲେ । ତାକୁ ବର୍ତ୍ତମାନ ବିଚାର କରାଯାଉଛି । ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ନୂଆପଡାରେ ଧାନ କିଣା ଚାଲିଛି । ସମ୍ବଲପୁରରେ ସର୍ବାଧିକ ୫୧, ୭୬୬ ମେଟ୍ରିକ ଟନ, ବରଗଡ଼ରେ ୩୪,୩୦୫ ମେଟ୍ରିକ ଟନ, କଳାହାଣ୍ଡିରେ ୨, ୮୫୦ମେଟ୍ରିକ ଟନ, ନୂଆପଡାରେ ୪୩୮ ମେଟ୍ରିକ ଟନ, ବାଲାଙ୍ଗୀରରେ ୨୨ ମେଟ୍ରିକ ଟନ, ସୁବର୍ଣ୍ଣପୁରରେ ୧୫ ମେଟ୍ରିକ ଟନ ଧାନ କିଣାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)