କାର୍ତ୍ତିକ ମାସ ଶେଷ ପରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ।

ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଶେଷ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କାର୍ତ୍ତିକ ପୂର୍ଣ୍ଣିମାର ୧୫ ଦିନ ପରେ ଧାଡ଼ି ଦର୍ଶନ ଆରମ୍ଭ । କାର୍ତ୍ତିକ ମାସ ସରିଲେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ କରାଯିବ । ପ୍ରତିଦିନ ପୁରୀକୁ ଲକ୍ଷାଧିକ ଭକ୍ତ ସମାଗମ ହୁଏ । ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦେଶ ବିଦେଶରୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇବ । ଅନେକ ସମୟରେ ସମୁଦ୍ର ସ୍ନାନ ବେଳେ ଅନେକ ପର୍ଯ୍ୟଟକ ଉଚ୍ଚ ଢେଉ ମାଡ଼ ସାଙ୍ଗକୁ ରିପ୍ କରେଣ୍ଟରେ ଶିକାର ହୋଇ ସମୁଦ୍ର ଭିତରେ ବୁଡ଼ି ଯାଉଥିବା ନଜର ରହିଛି । ସମୁଦ୍ର ଭିତରୁ ଗୁରୁତର ଅବସ୍ଥାରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇ ଦେବା ସମ୍ଭବ ହେଉ ନାହିଁ। ତେଣୁ ବେଳାଭୂମିରେ ସ୍ଥାୟୀ ଆମ୍ବୁଲାନ୍ସ ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)