ଅକ୍ଷର ବ୍ୟୁରୋ: ଏକକାଳୀନ ତିନି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । କନ୍ଧମାଳ ଜିଲ୍ଲା, ଫୁଲବାଣୀ ଜିଲ୍ଲା ଦୌରା ଜଜ୍ କୋର୍ଟ ଓ ପୁରୀ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଲା ଇ-ମେଲ । ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ କୋର୍ଟ ପରିସରରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଘଟଣା ସ୍ଥଳରେ ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ତଲାସି କରୁଛନ୍ତି । ଫଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସମସ୍ତ ଆଇନଜୀବୀ ମାନେ କୋର୍ଟ ବାହାରକୁ ପଳାଇ ଆସିଛନ୍ତି । କୋର୍ଟ ପରିସରରେ ପୁଲିସ ଛାଉଣୀ ସହିତ ବୋମା ନେଇ ତଲାସି ଜୋରଦାର କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଆଜି କୋର୍ଟ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ୧୦ରୁ ୧୫ମିିନିଟ୍ ପରେ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା । ଏହା ପରେ ଛାନଭିନ୍ ଜୋରଦାର କରାଯାଇଛି । ଯେଉଁମାନେ ଏଭଳି ଧମକ ଦେଉଛନ୍ତି ଓ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କଡା ଦଣ୍ଡ ଦେବାକୁ ଆଇନଜୀବୀମାନେ ଦାବି କରିଛନ୍ତି ।
ସେହିପରି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ପୁଣି ଧମକ ଆସିଛି । ପୁରୀ କୋର୍ଟ ଜିଲ୍ଲା ଜଜଙ୍କୁ ମେଲରେ ଏହି ଚେତାବନୀ ଆସିଛି । ଏନେଇ ଜଣାପଡିବା ପରେ ପୁରୀ ଏସପି ପ୍ରତୀକ ସିଂ, ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରୁଛନ୍ତି । କଟକ ଜିଲ୍ଲା ଜଜ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଫୁଲବାଣୀ କୋର୍ଟର କର୍ମଚାରୀ ମାଜିଷ୍ଟ୍ରେଟ ଓ ଓକିଲଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି । ପୁରୀରେ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ୍ର ତଲାସୀ ଜାରି । ତିନି କୋର୍ଟ ପରିସରରେ ବୋମାଥିବା ନେଇ ଆସିଥିଲା ମେଲ୍ ।
ଉଲ୍ଲେଖ ଥାଉ କି ଗତ ଜାନୁୟାରୀ ମାସରେ ମଧ୍ୟ ଏଭଳି ବୋମା ବିସ୍ଫୋରଣ କରିବାର ଧମକ ମିଳିଥିଲା । ଜୁଲିରାଣୀ ପଣ୍ଡା ନାମରେ ଥିବା ଫେସବୁକ ଆକାଉଣ୍ଟରେ ଏଭଳି ଧମକ ଦିଆଯାଇଥିଲା । କେବଳ ସେତିକି ନୁହେଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ଗୁଳି କରି ମାରିଦେବାକୁ ଧମକ ମିଳିଥିଲା । ସେହିପରି ଜାନୁୟାରୀ ୮ ତାରିଖରେ ଓଡ଼ିଶାର ତିନି କୋର୍ଟକୁ ଆସିଥିଲା ବୋମା ଧମକ । ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର ଓ କଟକ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଥିଲା । ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଥିଲା । ଏହି ଇମେଲ୍ ଆସିବା ପରେ ବୋମା ସ୍କ୍ବାର୍ଡ ଓ ସନ୍ଧାନୀ କୁକୁର ସହ ପୁଲିସ ବ୍ୟାପକ ଯାଞ୍ଚ କରିଥିଲେ ।












Leave a Reply