ନବୀନ ନିବାସ ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା; ବିଜେଡିରୁ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ସମର୍ଥକଙ୍କ ମେଳି ।

ଅକ୍ଷର ବ୍ୟୁରୋ: ନବୀନ ନିବାସ ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା । ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ସୁରକ୍ଷା ବଢ଼ିଛି । ଅନ୍ୟପଟେ, ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି । ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ । ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକ ମେଳି ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଯାହାକୁ ନେଇ ପାଟକୁରାବାସୀ ଅସନ୍ତୁଷ୍ଟ ଅଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)