ଶ୍ରୀମନ୍ଦିରରେ ଆଜି ପୌଷପୂର୍ଣ୍ଣିମା ତଥା ଶ୍ରୀଜିଉଙ୍କ ଦେବାଭିଷେକ ନୀତି ।

ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ପୌଷପୂର୍ଣ୍ଣିମା ତଥା ଶ୍ରୀଜିଉଙ୍କ ଦେବାଭିଷେକ ନୀତି । ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି । ଗୋଟିଏ ଦିନରେ ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷପୁର୍ଣ୍ଣିମା ଅନ୍ୟତମ । ପୌରାଣିକ ତଥ୍ୟ ଆଧାରରେ ଆଜିର ଦିନରେ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାର ରାଜା ହୋଇଥିବା ବେଳେ ତାଙ୍କର ଅଭିଷେକ କରାଯାଇଥିଲା । 

ବର୍ଷକୁ ଶ୍ରୀଜିଉଙ୍କର ଅନୁଷ୍ଠିତ ହେଉଥିବା ୫ଟି ସୁନାବେଶ ମଧ୍ୟରୁ ପୌଷପୂର୍ଣ୍ଣିମାର ସୁନା ବେଶ ଅନ୍ୟତମ । ସକାଳୁ ଦ୍ୱାରଫିଟା, ମଙ୍ଗଳଆଳତୀ, ଅବକାଶ ନୀତି ଶେଷ ହେବା ପରେ ଭଣ୍ଡାର ମେକାପ ତିନିଟି ରୂପାବଟାରେ ଚନ୍ଦନ ଆଣି ଚତୁର୍ଧାମୂର୍ତ୍ତିଙ୍କୁ ଲାଗି କରିଥାନ୍ତି । ଏହି ନୀତି ସମ୍ପାଦନ ପରେ ଶ୍ରୀଜିଉଙ୍କୁ ୩୨ପ୍ରକାର ଅଳଙ୍କାର ଆଭୂଷଣ ଲଗାଯାଇ ରାଜରାଜେଶ୍ୱର ବେଶ କରାଯାଏ । ପୌଷପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିବା ଲାଗି ସକାଳୁ ସକାଳୁ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ପ୍ରବଳ ଜନସମାଗମ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)