ଆଜି ପବିତ୍ର ଶ୍ରୀରାମ ନବମୀ; ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଳିତ ନେଇ ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ।

ଅକ୍ଷର ବ୍ୟୁରୋ: ଆଜି ପବିତ୍ର ଶ୍ରୀରାମ ନବମୀ । ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଳିତ ହେବ । ଏଥିପାଇଁ ମଧ୍ୟାହ୍ନ ଭୋଗ ନୀତି ଉଠିବା ପରଠାରୁ ଶ୍ରୀରାମ ଜନ୍ମ ନୀତି ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ସାରା ରାଜ୍ୟରେ ଶ୍ରୀରାମ ବନମୀ ପାଳିତ ହେଉଛି । ଚଳିତବର୍ଷ ନବମୀ ଏପ୍ରିଲ ୨୬ରେ ପଡୁଥିବାରୁ, ସେହିଦିନ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମ ନବମୀ ଉତ୍ସବ ପାଳିତ ହୋଇଛି । କିନ୍ତୁ ଶ୍ରୀମନ୍ଦିର ଅନୁମୋଦିତ ପଞ୍ଜିକା ଅନୁଯାୟୀ ୨୭ ତାରିଖରେ ନବମୀ ତିଥି ଥିବାରୁ ସମଗ୍ର ଉତ୍କଳରେ ଶ୍ରୀରାମ ନବମୀ ପାଳନ କରାଯାଉଛି । ସାରା ରାଜ୍ୟର ବିଭିନ୍ନ ରାମ ମନ୍ଦିରରେ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)