ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ,ଚଳଚଞ୍ଚଳ ଗାଁଠୁ ସହର

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଚାରିଆଡେ ଖୁସିର ମାହୋଲ । ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ନେଇ ଚାରିଆଡେ ଖୁସିର ମାହୋଲ । ବଲାଙ୍ଗୀର ହେଉ କି ସମ୍ବଲପୁର ବା ବରଗଡ଼ ଲୋକେ ଏହି ପର୍ବକୁ ସମସ୍ତେ ଭାରି ଖୁସିରେ ଉତ୍ସବ ଭଳି ପାଳନ କରନ୍ତି । ଏହି ନୂଆଖାଇ ଓ ତାର ପରଦିନ ନୂଆଖାଇ ବାସି ପାଳନ କରାଯାଇଥାଏ । ଇଷ୍ଟ ଦେବୀଙ୍କ ପାଖରେ ନବାନ୍ନ ପୂଜା ପରେ ଏହି ପର୍ବ ପାଳନ ହୋଇଥାଏ । ନୂଆଁଖାଇ ପ୍ରଥମ ଧାନ ଅମଳର ଖୁସି ଉପଲକ୍ଷେ ପାଳନ କରାଯାଇଥାଏ ।

ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ । କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି ।

ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି । ବିଶେଷକରି ସୁରତ, ବିଶାଖାପାଟଣା, ମୁମ୍ବାଇ ଓ ଦିଲ୍ଲୀ ଆଦି ସହରରେ ଏହା ପାଳନ କରାଯାଇଥାଏ । ବର୍ଷା ଶେଷ ହେବା ପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ, ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ପଶ୍ଚିମ ଓଡ଼ିିଶାରେ ନୂଆଁଖାଇ କୁହାଯାଏ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)