ଅକ୍ଷର ବ୍ୟୁରୋ: ବୁଧବାର ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ତଥା ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନରେ ଶ୍ରୀଜୀଉଙ୍କ ଦର୍ଶନରେ କଟକଣା ରହିବ । ବନକଲାଗି ସମୟରେ ସର୍ବସାଧାରଣ ଠାକୁର ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ନୀତି ସମ୍ପାଦନ କରିବେ । ବନକଲାଗି ଶେଷ କରି ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହ ବାହାରକୁ ଆସିଲେ ସିଂହାସନ ଧୁଆ ସହ ମହାପ୍ରଭୁଙ୍କ ମହାସ୍ନାନ ଆଦି ନୀତି ବଢ଼ି ପୁନଃ ଠାକୁରଙ୍କ ଦର୍ଶନ ଆରମ୍ଭ ହେବ । ବନକଲାଗି ନୀତି ପରେ ଠାକୁରଙ୍କ ଶ୍ରୀମୁଖ ଝଟକି ଉଠେ । ଏଥର ୩୪ ଦିନ ବ୍ୟବଧାନରେ ହେଉଛି ମହାପ୍ରଭୁଙ୍କ ବନକଲାଗି । ଗତ ଡ଼ିସେମ୍ବର ମାସ ୩ ତାରିଖ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥିଲା । ଏହାପରେ ଜାନୁୟାରୀ ୭ରେ ବନକଲାଗି ପାଇଁ ସ୍ଥିର ହୋଇଛି । ପୂର୍ବ ବର୍ଷ ମାନଙ୍କରେ ଡିସେମ୍ବର ୧୨ ତାରିଖରୁ ୨୦ ତାରିଖ ମଧ୍ୟରେ ଠାକୁରଙ୍କ ବନକଲାଗି ନୀତି ହୋଇଥିଲା ।
ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ।












Leave a Reply