ଅକ୍ଷର ବ୍ୟୁରୋ: ପୁରୀ ସମୁଦ୍ର କୂଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାଳ ହେଲା ସମୁଦ୍ର ସ୍ନାନ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ । ଦେଖୁ ଦେଖୁ ଚାଲିଗଲା ଜୀବନ । ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତଦେହକୁ ପୁରୀ ହସ୍ପିଟାଲକୁ ପଠାଯାଇଛି । ତେବେ ସୂଚନା ଅନୁଯାୟୀ ଆଜି ସକାଳେ ଦୁଇଜଣ ପର୍ଯ୍ୟଟକ ସେକ୍ଟର ୧୪ ଲାଇଟ ହାଉସ ସମ୍ମୁଖ ବେଳାଭୂମି ରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ସାଙ୍ଗକୁ ବଡ଼ ଲହଡ଼ି ମାଡ଼ରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ସେଠାରେ ଥିବା ଲାଇଫ ଗାର୍ଡମାନେ ସମୁଦ୍ର ଭିତରକୁ ଯାଇ ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଡ଼ାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ପୁରୀ ସମୁଦ୍ର କୂଳରେ ଅଭାବନୀୟ ଘଟଣା; ସ୍ନାନ କରୁଥିବା ବେଳେ ବୁଡ଼ି ପ୍ରାଣ ହରାଇଲେ ଦୁଇ ପର୍ଯ୍ୟଟକ ।












Leave a Reply