ନେତାଜୀଙ୍କ ୧୨୯ତମ ଜନ୍ମଜୟନ୍ତୀ ଏବଂ ପରାକ୍ରମ ଦିବସରେ ସାମିଲ ହେଲେ ଉପ-ରାଷ୍ଟ୍ରପତି ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି । ନିର୍ଦ୍ଧାରିତ ସମୟର ୨୫ମିନିଟ୍ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ । ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ବିମାନବନ୍ଦରରୁ ଉପରାଷ୍ଟ୍ରପତି ସିଧାସଳଖ କଟକ ଅଭିମୁଖେ ଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଆଜି ନେତାଜୀଙ୍କ ୧୨୯ତମ ଜନ୍ମଜୟନ୍ତୀ ଉପଲକ୍ଷେ ଏବଂ କଟକରେ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଓଡିଶା ଆସିଛନ୍ତି ଉପରାଷ୍ଟ୍ରପତି । ସକାଳ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି । ଏହାପରେ ସେଠାରୁ ସିଧାସଳଖ କଟକ ଅଭିମୁଖେ ଯାତ୍ରା କରିଥିଲେ । କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନରେ ପାଳିତ ହେବାକୁ ଥିବା ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଯୋଗ ଦେଇଛନ୍ତି । ନେତାଜୀଙ୍କ ସଂଗ୍ରହାଳୟ ପରିଦର୍ଶନ କରୁଛନ୍ତି ଉପରାଷ୍ଟ୍ରପତି । ସେଠାରୁ କାର୍ଯ୍ୟକ୍ରମ ସାରି ଉପରାଷ୍ଟ୍ରପତି କୋଲକାତା ଅଭିମୁଖେ ଯିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)