ଆଜି ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଏନଡିଏ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଏବଂ ଏନଡିଏର ମନ୍ତ୍ରୀମାନଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ହେବାର ଅଛି। ଏହି ବୈଠକରେ କିଏ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେବେ ସେନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏନଡିଏର ବୈଠକ ହେବାର ଅଛି। ବୈଠକରେ ପରେ ଉପରାଷ୍ଟପ୍ରତି ପ୍ରାର୍ଥୀ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ଗଣମାଧ୍ୟମକୁ ସୂଚନା ଦେବେ ।
ଉପ-ରାଷ୍ଟ୍ରପତି ପ୍ରାର୍ଥୀ ବିଜେପିରୁ ହିଁ ହେବେ ବୋଲି ପୂର୍ବରୁ ସୂଚନା ମଳିଥିଲା। ତେବେ କିଏ ପ୍ରାର୍ଥୀ ହେବେ ତାହା ଆଜି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ତେବେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପ-ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଅଗଷ୍ଟ ୨୧ ତାରିଖରେ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟଙ୍କ ଦ୍ୱାରା ଇଲୋକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହେବେ ଉପ-ରାଷ୍ଟ୍ରପତି।
ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୂର୍ବତନ ଉପ-ରାଷ୍ଟ୍ରପତି ଜଗଦୀପ ଧନଖର ପଦବୀରୁ ଇସ୍ତଫା ଦେଇଥିଲେ। ତେବେ ଉପ-ରାଷ୍ଟ୍ରପତି ଦୌଡରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସବୁଠୁ ଆଗରେ ଥିବା କୁହାଯାଉଛି। ନୀତିଶଙ୍କ ବ୍ୟତୀତ, ପଛୁଆ ବର୍ଗର ରାମନାଥ ଠାକୁର, ଜେଡିୟୁର ହରୀବଂଶ ସିଂ, ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।












Leave a Reply