ମଙ୍ଗଳବାର ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅଧୀନ କେନ୍ଦ୍ରାପଟି ରାଜ୍ୱସ ନିରୀକ୍ଷକ ଦୀପ୍ତି ରଞ୍ଜନ ମହାପାତ୍ର ଏବଂ ତାଙ୍କର ଜଣେ ବେସରକାରୀ ସହାୟକ ସମ୍ପଦ କୁମାର ଦାସଙ୍କୁ ଓଡିଶା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ୭ହଜାର ଟଙ୍କା ଲାଞ୍ଚ ନେବା ସମୟ ରେ କାବୁ କରିଛି। ସୂଚନା ମୁତାବକ ପ୍ରତାପ ସାହୁ ନାମକ ଜଣେ ଯୁବକଙ୍କ ଜମିଜମା କାଗଜପତ୍ର କାମ କରେଇଦେବା ପାଇଁ ରାଜସ୍ୱ ନିରୀକ୍ଷକ ମୋଟ ୧୦ ହଜାର ଟଙ୍କାର ଡିଲ୍ କରିଥିଲେ, ମାତ୍ର ୭ ହଜାର ଟଙ୍କା ଉଭୟଙ୍କ ଭିତରେ ଫାଇନାଲ ହୋଇଥିଲା। ଏହି ସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ଯୁବକ ଜଣାଇବା ପରେ ଭିଜିଲାନ୍ସ ତରଫରୁ ମୋଟ ୧୪ ଖଣ୍ଡ ପାଞ୍ଚ ସହ ଟଙ୍କିଆ ନୋଟ ଦିଆଯାଇଥିଲା ଆଉ ଏହି ଟଙ୍କାକୁ ଆର୍ ଆଇ ନେବା ସମୟରେ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ୍ ପହଞ୍ଚି ତାଙ୍କୁ ଗିରଫ କରିବା ସହ ଭୁବନେଶ୍ୱର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ଜଣା ପଡିଛି, ଏନେଇ ଅଧିକ ତଦନ୍ତ ଭିଜିଲାନ୍ସ ଜାରି ରଖିଛି।
ଲାଞ୍ଚନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ ରାଜ୍ୱସ ନିରୀକ୍ଷକ












Leave a Reply