ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ ।

ଅକ୍ଷର ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ । ମାମଲାର ମାଷ୍ଟର ମାଇଣ୍ଡ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ମାମଲା ଲଢ଼ିବେ ୪୪ ଓକିଲ । ପୀତବାସ ପଣ୍ଡା ହତ୍ୟା ମାମଲା ଏବେ କୋର୍ଟରେ ପହଞ୍ଚିଛି । ଏନେଇ ୱକାଲାତନାମା ଦାଖଲ କରିଛନ୍ତି । ବିକ୍ରମଙ୍କ ସହ ଗିରଫ ତାଙ୍କ ସହଯୋଗୀ କର୍ପୋରେଟର ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ୪୪ ଓକିଲ ମାମଲା ଲଢ଼ିବେ । ଏମାନଙ୍କ ଜାମିନ୍ ଆବେଦନ କରାଯିବ । ଏସବୁ ଭିତରେ ମାମଲାରେ ୧୩ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ସୁଟର୍ କୁରୁପତି ଏବେ ବି ଫେରାର ଅଛି । ପୀତବାସଙ୍କୁ ଗୁଳି ମାରିଥିବା କୁରୁପତିଙ୍କୁ ଧରି ପାରିନି ପୋଲିସ୍ । ତା’ସହ ପୁରା ମାମଲାରେ ସୁଟରଙ୍କୁ ଡିଲ୍ ଦେଇଥିବା ଦୁର୍ଦ୍ଦାନ୍ତ ଉମା ବିଷୋୟୀ ବି ଏବେ ଯାଏଁ ଫେରାର ।

ସପେଟେ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଦାସକୁ ଛାଡିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ଛାଡିଥିବା ସୂଚନା ମିଳିଛି । ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ସୁଦର୍ଶନ । ସେ ତଦନ୍ତରେ ସହଯୋଗ କରୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।ଘଟଣାରେ ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ରହିଛି ବିପଦ । ଏପରି ଆଶଙ୍କା କରିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର । ତେଣୁ ତାଙ୍କୁ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର ପାଇଁ ସେ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । ପିଣ୍ଟୁ ଦାସଙ୍କ ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତମାନେ ବି ଏହି ଜେଲ୍‌ରେ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଜେଲର ଦର୍ଶାଇଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)