ଅକ୍ଷର ବ୍ୟୁରୋ: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ । ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । କୋଏମ୍ବାଟୁରଠାରୁ ଧାନବାଦ୍କୁ ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର ହୋଇଛି । ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଅମୃତ ଭାରତ ଟ୍ରେନ୍ । ଓଡ଼ିଶା, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ । ଓଡ଼ିଶାର ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗିର ଏବଂ ବରଗଡ଼ ରୋଡ୍, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ଯିବ । ଯାହାଫଳରେ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଯଥେଷ୍ଟ ଲାଭ ପାଇବେ ।
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ନେଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।












Leave a Reply